[21] ଓଡିଶୀ ସଙ୍ଗୀତର ଶାସ୍ତ୍ରୀୟ ରୂପରେଖ

ଲେଖା ସମ୍ବନ୍ଧୀୟ ସୂଚନା (ARTICLE INFO): ଜମା ତାରିଖ: ୨୭ ଜାନୁଆରୀ, ୨୦୨୬, ସଂଶୋଧିତ: ୧୫ ଫେବୃଆରୀ, ୨୦୨୬ ଗ୍ରହୀତ : ୧୮ ଫେବୃଆରୀ, ୨୦୨୬, କ୍ରସ୍‌ରେଫ୍‌ ଡି.ଓ.ଆଇ. : https://doi.org/10.56815/ijmrr.v5i2.2026.206-213⁠, ଉଦ୍ଧୃତ କରିବା ପ୍ରଣାଳୀ (HOW TO CITE): ହିମାଦ୍ରି ତନୟା ମିଶ୍ର (୨୦୨୬)। ଓଡ଼ିଶୀ ସଙ୍ଗୀତର ଶାସ୍ତ୍ରୀୟ ରୂପରେଖା, International Journal of Multidisciplinary Research & Reviews, , 5(2), 206-213.

Authors

  • ହିମାଦ୍ରି ତନୟା ମିଶ୍ର ( Himadri Tanaya Mishra) ସହଯୋଗୀ ଗବେଷିକା (Associate Researcher)

Icon

https://doi.org/10.56815/ijmrr.v5i2.2026.206-213

Abstract

ସାରାଂଶ: ଓଡ଼ିଶା ସଙ୍ଗୀତ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ଏକ ସମୃଦ୍ଧ ଓ ପ୍ରାଚୀନ ଶାଖା, ଯାହାର ମୂଳ ଉତ୍ସ ବେଦିକ ସମୟରୁ ନିର୍ମିତ ହୋଇଛି। ସଙ୍ଗୀତର ଦୁଇ ଆଧାର — ଲୋକ ସଙ୍ଗୀତ ଓ ଶାସ୍ତ୍ରୀୟ ସଙ୍ଗୀତ — ମଧ୍ୟରେ ଓଡ଼ିଶା ସଙ୍ଗୀତ ଉଭୟକୁ ସମନ୍ୱୟ କରିଛି। ଏହାର ମୂଳ ଉପାଦାନ ହେଉଛି ରାଗ ଓ ତାଳ, ଯାହା ୩୬ ତତ୍ତ୍ୱ ଓ ୯୯ ଶୃତି ଆଧାରରେ ଗଠିତ। ଏହି ସଙ୍ଗୀତର ବିଭିନ୍ନ ରୂପ — ଗୀତିକା, ଭଜନ, ଧ୍ରୁପଦ, ଛନ୍ଦ, ଲକ୍ଷଣ ଗୀତ ଆଦି — ଏହାର ସମୃଦ୍ଧତା ପ୍ରମାଣ କରେ। ପରିବେଶ ଓ ଭାବନା ସହିତ ଏହାର ଗାଢ଼ ସମ୍ପର୍କ ରହିଛି, ଯାହା ଶ୍ରୋତାଙ୍କୁ ଆନ୍ତରିକ ଆନନ୍ଦ ଓ ଆତ୍ମିକ ଶାନ୍ତି ପ୍ରଦାନ କରେ। ଶାସ୍ତ୍ରୀୟ ନିୟମ, ରାଗ, ସୁର ଓ ତାଳର ସମନ୍ୱୟ ଓଡ଼ିଶା ସଙ୍ଗୀତକୁ ଏକ ସ୍ୱତନ୍ତ୍ର ଓ ଗଭୀର ଶାସ୍ତ୍ରୀୟ ପରମ୍ପରା ଭାବେ ପରିଚିତ କରାଇଛି।

Keywords:

ଶାସ୍ତ୍ରୀୟ ସଙ୍ଗୀତ, ରାଗ, ତାଳ, ଶୃତି, ଅଳଙ୍କାର, ଅରୋହଣ, ଅବରୋହଣ, ସ୍ୱର ସୂତ୍ର, ସମୟ ସୂତ୍ର, ମାର୍ଗ, ମର୍ମ, ରାଗାଙ୍ଗ, ଭାବାଙ୍ଗ, ନାଦାଙ୍ଗ, ଧ୍ରୁପଦାଙ୍ଗ, ଗୀତ, ଗୀତିକା, ଛନ୍ଦ, ସୁରମାଳିକା, ଅଙ୍ଗ, ଭଜନ, ଲକ୍ଷଣ ଗୀତ, ମଙ୍ଗଳ ଗୀତ।

Downloads